Latest Odisha News

ଆଜି ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣମୀରେ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ । ତେଣୁ ଆଜି ସେମାନଙ୍କଠାରେ ଫୁଲୁରୀ ତେଲ ଲାଗି ହେବ । ଏଥି ପାଇଁ ବିଭିନ୍ନ ପ୍ରକାର ଜଡିବୁଟିରୁ ପ୍ରସ୍ତୁତ ହେଇଥାଏ ଏହି ତେଲ ।

କୁହାଯାଏ ଜ୍ୱରରେ ପୀଡିତ ହୋଇଥିବା ବେଳେ ଶ୍ରୀଜୀଉଙ୍କ ଶରୀରର ପୀଡାକୁ ଦୂର କରିବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶରେ ଫୁଲୁରି ତେଲ ଲାଗି କରାଯିବ । ଏହା ପରେ ଶ୍ରୀଜୀଉମାନେ ସୁସ୍ଥ ହେବେ । ଏହା ପରେ ଚାରିଦିନ ଓଷ ଲାଗି ଉପଚାର କରାଯିବ ।

ସ୍ନାନମଣ୍ଡପରୁ ଫେରିବା ପରେ ତିନି ଠାକୁର ଜ୍ୱରରେ ପୀଡିତ ହେଉଥିବାରୁ ସେମାନଙ୍କୁ ଅଣସର ଘରେ ରଖାଯାଇ ବିଭିନପ୍ପ୍‌କାର ନୀତିକାନ୍ତି କରାଯାଇଥାଏ ।

Leave A Reply

Your email address will not be published.