Latest Odisha News

BREAKING NEWS

ସାବତ ମାଆକୁ ହତ୍ୟା କଲା ପୁଅ !

କଣିହାଁ : ତାଳଚେର କଣିହାଁ ଚିତ୍ତଲପୁର ଗାଁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୁମତି ସାହୁ । ତାଙ୍କୁ ତାଙ୍କ ସାବତ ପୁଅ ହତ୍ୟା କରି ଫେରାର ହୋଇ ଯାଇଥିବା ସନ୍ଦେହ କରା ଯାଉଛି ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳେ ସୁମତିଙ୍କ ମୃତଦେହ ଘର ଭିତରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଏକ ଗାମୁଛା ଲାଗିଥିବା ବେଳେ ଘରର ଆସବାବପତ୍ର ଏବଂ ଟଙ୍କା ପଇସା ଏଣେତେଣେ ପଡି ରହିଥିଲା । ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖିଲେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ।

ଖବର ପାଇ କଣିହାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ତେବେ ପ୍ରାଥମିକ ତଦନ୍ତ ବେଳେ ସୋମବାର ସୁମତିଙ୍କର ସାବତ ପୁଅ ଧନେଶ୍ୱର ଘରକୁ ଆସିଥିବା ଜଣାପଡିଛି । କିନ୍ତୁ ସୁମନ୍ତିଙ୍କ ମୃତଦେହ ମିଳିବା ପରଠାରୁ ତାଙ୍କର ଦେଖା ନୌାହିଁ । ତେଣୁ ସାବତ ମା\’କୁ ହତ୍ୟା କରି ସାବତ ପୁଅ ଧନେଶ୍ଵର ଫେରା ହୋଇ ଯାଇଥିବା ସନ୍ଦେହ କରା ଯାଉଛି । ତେବେ ଟଙ୍କା ପଇସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.