ଜୟପୁର: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ନିକଟରେ ବିଏସଏଫ୍ ଓ ପୋଲିସ କର୍ମୀ ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି, ଉକ୍ତ ଅଞ୍ଚଳରେ ମାଓବାଦୀ ଆକ୍ରମଣ କରିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା ।
ଆହୁରି ମଧ୍ୟ ଏଭଳି ସୂଚନା ମିଳିବା ପରେ ବୈପାରିଗୁଡା ପୋଲିସ ଓ ବିଏସଏଫର ୧୫୧ ବାଟାଲିଅନ୍ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା । ପରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ଏକ କ୍ୟାମ୍ପ ଠାବ କରିବା ସହ ଗୋଟିଏ ରାଇଫଲ୍, ବିପୁଳ ପରିମାଣର ବାରୁଦ, ୱାକି-ଟକି, ଡିଜିଟାଲ୍ କ୍ୟାମ୍ପେରା ଏବଂ ପୋଷ୍ଟର ମଧ୍ୟ ଜବତ କରିଥିଲେ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି ।
Comments are closed.