ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ପୋଲିସ ବାବୁ ।
ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ବେଗୁନିଆ ନିକଟ ଧଳାପଥର ଫାଣ୍ଡି ଏଏସଆଇ ଅଶୋକ କୁମାର ପଣ୍ଡା ।
ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବୋଲଗଡ ନିକଟ ସାନ ନୟାପଲ୍ଲୀ ଗାଁର ଆଶିଷ କୁମାର ପଣ୍ଡାଙ୍କ ଅଭିଯୋଗ ପରେ ଏଏସଆଇକୁ ଗିରଫ କରାଯାଇଥିଲା।
ଅଭିଯୋଗକାରୀଙ୍କ କହିବାନୁସାରେ, ଜମି ବିବାଦ ମାମଲାରେ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଗିରଫ ନକରିବା ପାଇଁ ଏଏସଆଇ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲା। ପରେ ଆଶିଷ ଏଏସଆଇକୁ ୨୦,୦୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ।
ଆଶିଷଙ୍କ ଅଭିଯୋଗ ପରେ ଭିଜିଲାନ୍ସ କର୍ମଚାରୀ ଏକ ଜାଲ ବିଛାଇବା ସହ ଟଙ୍କା ନେଉଥିବାବେଳେ ଶ୍ରୀପଣ୍ଡାଙ୍କୁ ଧରିଥିଲେ । ପରେ ଏନେଇ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।
ପରବର୍ତ୍ତୀ ସମୟରେ ଏହି ଭିଜିଲାନ୍ସ କର୍ମଚାରୀମାନେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟ ମଙ୍ଗରାଜପୁର ଗ୍ରାମରେ ଥିବା ଶ୍ରୀ ପଣ୍ଡାଙ୍କ ଘରେ ମଧ୍ୟ ଚଢାଉ କରିଥିଲେ।
Comments are closed.