Latest Odisha News

BREAKING NEWS

ରାଜ୍ୟରେ ପୁଣି ଦୁଇ ଡାକ୍ତର କରୋନା ଆକ୍ରାନ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଜଣ ମହିଳା ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ଦୁଇ ମହିଳା ଡାକ୍ତର ନର୍ଲାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରନ୍ତି। ମେଡିକାଲରେ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କୁ ଚାରି ଦିନ ପୂର୍ବରୁ କ୍ବାରେନଣ୍ଟାଇନରେ ରଖାଯାଇଥିଲା।

ଏହି ଘଟଣା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ସାମୟିକ ଭାବେ ବନ୍ଦ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ତୃତୀୟ ରୋଗୀ ଜଣକ ତେଲେଙ୍ଗାନା ଫେରନ୍ତା ହୋଇଥିବା ବେଳେ ସେ କ୍ବାରେନଣ୍ଟାଇନ କେନ୍ଦ୍ରରେ ରହିଛନ୍ତି।

ତେବେ ଜିଲ୍ଲାରେ ମୋଟ ୩୮ଟି କରୋନା ମାମଲା ରହିଛି, ସେଥିମଧ୍ୟରୁ ୧୮ଟି ସକ୍ରିୟ ମାମଲା ରହିଥିବା ବେଳେ ୨୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଟକସ୍ଥିତ ସିଟି ହସ୍ପିଟାଲର ଜଣେ ଡାକ୍ତର, ନୟାଗଡ଼ ଏବଂ ଭୁବନେଶ୍ୱରରେ ମଧ୍ୟ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.