Latest Odisha News

BREAKING NEWS

ଆଜିଠାରୁ ୧୧ଟି ଜିଲ୍ଲାରେ ପୁଣି ଦୁଇ ଦିନିଆ ସଟ୍ ଡାଉନ

ଭୁବନେଶ୍ୱର : ଆଜିଠାରୁ ପୁଣି ରାଜ୍ୟରେ ଦୁଇ ଦିନିଆ ସଟ୍‌ଡାଉନ ପାଳନ ହେଉଛି । ୧୧ଟି ଜିଲ୍ଲା ଆଜି ଓ ଆସନ୍ତକାଲି ସଟ୍ ଡାଉନ ରହିବ । ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଓ ବଲାଙ୍ଗିର ।

ସଟ୍ ଡାଉନ ବେଳେ ଜରୁରୀକାଳୀ ସେବା ଉପରେ କୌଣସି ରୋକ ଲାଗିନାହିଁ । ଡାକ୍ତରଖାନା, ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ । ମାଲ ପରିବହନ କରୁଥିବା ଯାନବାହାନ ଉପରେ କଟକଣା ନାହିଁ । ଶିଳ୍ପାନୁଷ୍ଠାନରେ କାମ ଜାରି ରହିବ ।

ସଟ୍‌ଡାଉନ ବେଳେ ଅନଲାଇନ ଡେଲିଭରି ସେବା ବନ୍ଦ ରଖାଯାଇଛି । ହୋଟେଲଗୁଡିକୁ ଅନୁମତି ମିଳିଛି । କିନ୍ତୁ ସେମାନେ ଖାଦ୍ୟ ଅନଲାଇନ ଡେଲିଭରି କରିପାରିବେ । ତେଣୁ ସ୍ୱିଗି ଓ ଜୋମାଟୋକୁ ଅନୁମତି ମିଳିଛି । ଟ୍ରେନ, ବସ୍‌, ବିମାନସେବା ଜାରି ରହିବ ।
ସଟ୍ ଡାଉନ ସମୟରେ ବିବାହ ଅନୁଷ୍ଠିତ ହେଉଥିଲେ ସ୍ଥାନୀୟ ପ୍ରଶାସନର ଅନୁମତି ନେବେ । ଅନ୍ତେଷ୍ଟି କ୍ରିୟା ପାଇଁ ମଧ୍ୟ ଅନୁମତି ନେବାକୁ ପଡିବ ।

Leave A Reply

Your email address will not be published.