Latest Odisha News

BREAKING NEWS

ମ୍ୟାପରେ ଦର୍ଶାଇଲେ କାଶ୍ମୀର ଭାରତର; ସତ କହି ବହିଷ୍କୃତ ହେଲେ ପାକିସ୍ତାନ ଟିଭି ଚ୍ୟାନେଲ୍ ଅଧିକାରୀ !

ଇସଲାମାବାଦ: ଆତଙ୍କବାଦୀମାନଙ୍କୁ ଅନେକ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସୁଥିବା ଦେଶ ହେଉଛି ପାକିସ୍ତାନ, ଏହା କାହାରିକୁ ଅଛପା ନୁହେଁ । ସମ୍ପୂର୍ଣ୍ଣ କାଶ୍ମୀର ଯେ ଭାରତ ଅବିଚ୍ଛେଦ୍ୟ ଅଙ୍ଗ ତାହା ମାନିବାକୁ ପାକିସ୍ତାନ କେବେବି ପ୍ରସ୍ତୁତ ନୁହେଁ । କାଶ୍ମୀର ହାସଲ କରିବା ଲାଗି ପାକିସ୍ତାନ ଭାରତରେ ବର୍ଷ ତମାମ୍ ଆତଙ୍କବାଦୀ ମାନଙ୍କୁ କାଶ୍ମୀର ପଠାଇ ଉତ୍ତେଜନା ସୃଷ୍ଟି କରିଥାଏ । ତେବେ କାଶ୍ମୀର ପାକିସ୍ତାନର ନୁହେଁ ଏବେ ଭୌଗୋଳିକତା ଦୃଷ୍ଟିରୁ ଏହା ଭାରତର ବୋଲି ଏକ ମ୍ୟାପରେ ଦର୍ଶାଇଛି ପାକିସ୍ତାନର ଏକ ଜଣାଶୁଣା ଟିଭି ଚ୍ୟାନେଲ୍ । ଏହାକୁ ନେଇ ପାକିସ୍ତାନର ସୋସିଆଲ୍ ମିଡ଼ିଆରେ ହଙ୍ଗାମା ସୃଷ୍ଟି ହୋଇଛି । ସତ କହି ପାକ୍ ଟିଭି ଚ୍ୟାନେଲ୍ ଅଧିକାରୀଙ୍କୁ ନିଜ ଚାକିରୀ ହରାଇବାକୁ ପଡ଼ିଛି ।

ପାକିସ୍ତାନର ସରକାରୀ ଟେଲିଭିଜନ୍ ଚ୍ୟାନେଲ୍ ପିଟିଭିରେ ପିଓକେର ଜନସଂଖ୍ୟା ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଥିଲା । ଏହି ଚ୍ୟାନେଲରେ କାଶ୍ମୀର ଭାରତ ବୋଲି ବାରମ୍ବାର ଦର୍ଶାଇଥିଲା । ଏହି ପ୍ରସାରଣ ସରିବା ବେଳକୁ ପାକିସ୍ତାନର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ଏହି ଘଟଣା ଜୁନ୍ ୬ ତାରିଖରେ ଘଟିଥିବା ବେଳେ ପାକିସ୍ତାନ ସଂସଦରେ ଜୁନ୍ ୮ ତାରିଖରେ ଏନେଇ ଚର୍ଚ୍ଚା ହୋଇଥିଲା । ଏପରିକି ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପାକିସ୍ତାନ ସଂସଦର ଅନେକ ସଦସ୍ୟ ଦାବି କରିଥିଲେ ।

ଇତିମଧ୍ୟରେ ଟିଭି ଚ୍ୟାନେଲର ସତ୍ୟକୁ ଉନ୍ମୋଚନ କରିଥିବା ଅଧିକାରୀମାନଙ୍କୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.