Latest Odisha News

ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ଗଞ୍ଜାମର ଜଣେ ୫୦ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେ ଡାଇବେଟିସ୍‌, କିଡନୀ ଜନିତ ରୋଗ ଏବଂ ହାଇପରଟେନସନ ଆଦି ରୋଗରେ ପିଡିତ ଥିଲେ ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି।

ଅଧିକ ପଢନ୍ତୁ: ଏନଡିଆରଏଫ୍‌/ଓଡ୍ରାଫ୍ କର୍ମୀଙ୍କ ସମେତ ଓଡିଶାରେ ୧୮୬ କରୋନା ଆକ୍ରାନ୍ତ

ସୂଚନାଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ୬ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.