Latest Odisha News

ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ । ଏହି ତାଲିକାରେ ପଶ୍ଚିମବଙ୍ଗ ମଧ୍ୟ ରହିଛି । ତେବେ ମୋଦୀଙ୍କ ଏହି ବୈଠକରେ ମମତା ଯୋଗେ ଦେବ ନାହିଁ ବୋଲି ଜଣାପଡିଛି ।

ଏହି ବୈଠକରେ ମୋଦୀ ସବୁ ରାଜ୍ୟ ଭଳି ମମତାଙ୍କୁ ମଧ୍ୟ କରୋନା ଲଢ଼େଇରେ ଆଗକୁ କ’ଣ କରାଯିବ ସେ ନେଇ ତାଙ୍କ ପ୍ରସ୍ତାବ ମାଗିଥାନ୍ତେ । ହେଲେ ମମତା କିନ୍ତୁ ଏହି ବୈଠକରେ ସାମିଲ ହେବେ ନାହିଁ । ଏହାପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ମମତା ।

ଆସନ୍ତାକାଲି ପଶ୍ଚିମବଙ୍ଗ ବ୍ୟତୀତ ଓଡ଼ିଶା, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.