Latest Odisha News

BREAKING NEWS

ଏସ୍‌ପିଙ୍କ ନାଁରେ ଫେସବୁକ୍ ଫେକ୍ ଆଇଡି କରି ନାବାଳକ ଗିରଫ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଜାଲ ଆଇଡି ଖୋଲି ବନ୍ଧାହେଲେ ନାବାଳକ । ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି।

ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା,  ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା।

ପୂର୍ବରୁ ମଧ୍ୟ ୨୦୧୭ରେ ଏହି ନାବାଳକ ବାଲିଅନ୍ତା ଥାନା ଅଞ୍ଚଳର ଜଣେ ଲୋକଙ୍କ ଅର୍ଥକୁ ଡିପୋଜିଟ୍‌  କରିଦେବ କହି ନିଜ ଆକାଉଣ୍ଟକୁ ୧୩ କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିଲା । ପରେ ପୋଲିସ ତଦନ୍ତ କରି ଉକ୍ତ ନାବାଳକକୁ ଗିରଫ କରିବା ସହ ତାର ଆକାଉଣ୍ଟ କୁ ଫ୍ରିଜ଼ କରିଦେଇଥିଲେ ।

Leave A Reply

Your email address will not be published.