Latest Odisha News

ପୁରୀ ରଥଯାତ୍ରା ପାଇଁ ‘ଟ୍ରାଭେଲ ଆଡ଼ଭାଇଜରି’ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଜୁନ୍ ୨୩ ଏବଂ ୨୪ ପାଇଁ ଟ୍ରାଭେଲ ଆଡ଼ଭାଇଜରି ଜାରି କରିଛନ୍ତି।

ଏହି ଆଡ଼ଭାଇଜରି ଅନୁଯାୟୀ ଜୁନ୍ ୨୨ ତାରିଖ ରାତି ୯ ରୁ ୨ ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ କୌଣସି ଯାନବାହନ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ ।

ତେବେ ସରକାରୀ ଡ୍ୟୁଟି, ପୋଲିସ ଏବଂ ଜରୁରୀକାଳୀନ ସେବାରେ ଥିବା ଯାନଗୁଡିକ ଏହି ପ୍ରତିବନ୍ଧକରୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି ।

Comments are closed.