Latest Odisha News

BREAKING NEWS

ହସ୍ପିଟାଲରୁ ଡିସଚାର୍ଜ ହେଲେ କରୋନା ସଂକ୍ରମିତ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀ: କରୋନା ରିପପୋର୍ଟ ନେଗେଟିଭ୍ ବାହାରିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍ । ଏହାପରେ ମାକ୍ସ ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ସତ୍ୟୈନ୍ଦ୍ର ଜୈନ୍ । ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଆଉ ଥରେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ବାହାରିଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ପ୍ରଥମେ ରାଜୀବ ଗାନ୍ଧି ସୁପର ସ୍ପେସାଲିଟି ହସ୍ପିଟାଲ ଓ ପରେ ମାକ୍ସ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ପ୍ଲାଜମା ଥେରାପି ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଥିଲା।

Leave A Reply

Your email address will not be published.