Latest Odisha News

BREAKING NEWS

ଧରାକୋଟରେ କୋରୋନାରେ ୩ ନୁହେଁ ଜଣଙ୍କର ମୃତ୍ୟୁ: ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟର ଜାହାଡାରେ ୩ କୋରୋନା ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ । ୩ ଜଣଙ୍କର ନୁହେଁ, ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ ଜାହାଡ଼ା ସରପଞ୍ଚ ।

ସାରା ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ଆଜି ମୃତ୍ୟୁ ଘଟିଛି। ଉପାଧ୍ୟକ୍ଷଙ୍କ ନାଁ ଭଗବାନ ସ୍ୱାଇଁ ହୋଇଥିବା ବେଳେ ସେ ଗତ କିଛି ଦିନ ହେବ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଏନେଇ ଆଜିଠାରୁ ଜୁଲାଇ ୨ ତାରିଖ ଯାଏଁ ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଜାହାଡା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ ।

Comments are closed.