Latest Odisha News

BREAKING NEWS

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ଆଜି ୨୫ ପଜିଟିଭ୍‌

ଭୁବନେଶ୍ୱର: ଆଜି ଖୋର୍ଦ୍ଧାରେ ୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୫ ଜଣ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର । ତେବେ ବଡ କଥା ହେଉଛି, ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ସେମାନେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ୨ ଜଣ ଆକ୍ରାନ୍ତ ହୋମ୍ କ୍ୱାରେଂଟିନରେ ଥିଲେ ।

ଆଜିର ୨୩ ଜଣ ଲୋକାଲ କଂଟାକ୍ଟ କେସ୍ ମଧ୍ୟରେ ୫ ଜଣ ମଂଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଚିହ୍ନଟ ହୋଇଛନ୍ତି । ସେହିପରି ୨ଜଣ ସାମନ୍ତରାପୁର ନୂଆ ଗାଁ ପେଟ୍ରୋଲ ପମ୍ପ ଅଂଚଳର । ଚକେଇସିଆଣି ମଂଚନାଥ ହାଇସ୍କୁଲ ନିକଟରୁ ୪ଜଣ ଏବଂ ଚକେଇସିଆଣି ହାଡବାଇ ବସ୍ତିରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଆକ୍ରାନ୍ତଙ୍କ ମଧରେ ଜଣେ ୮୦ ବର୍ଷିୟ ବୃଦ୍ଧ ରହିଛନ୍ତି ।

ସେହିପରି ପାସପୋର୍ଟ ଅଫିସ ନିକଟ ବସ୍ତିରୁ ୪ ଜଣ, ସିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ଅଶୋକ ନଗରରୁ ଜଣେ, ନିଳାଦ୍ରୀବିହାର ବୁଦ୍ଧ ପାର୍କ ଅଂଚଳରୁ ଜଣେ ଆକ୍ରାନ୍ତ ରହିଛନ୍ତି । ବେସରକାରୀ ହସପିଟାଲରେ କାମ କରୁଥିବା ୩ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାରି ଭିତରେ ଆଜି ରାଜଧାନୀ ଭୁବନେଶ୍ୱରର ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.