Latest Odisha News

BREAKING NEWS

ଜଗତସିଂହପୁର: ଘରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ, ପାରିବାରିକ କଳହରୁ ଅଗ୍ନିକାଣ୍ଡ ସନ୍ଦେହ

ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗ୍ରାମର ଗୋଟିଏ ପରିବାରର ୪ଜଣ ସଦସ୍ୟ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଥିବା ପରି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ।

ମୃତକମାନେ ନବଘନ ସାହୁ, ସ୍ତ୍ରୀ କମଳା ସାହୁ, ଝିଅ ରୁବିନା ଓ ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ରୁବିନାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୁଜଙ୍ଗ ହସ୍ପିଟାଲରେ ଭର୍ତି କରାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ରୁବିନାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ହରେକୃଷ୍ଣ କୌଣସି କାରଣବଶତଃ ଘରେ ନିଆଁ ଲଗାଇ ଦେଇଥିବା ନେଇ ରୁବିନା ଚିକିତ୍ସାଧିନ ଅବସ୍ଥାରେ ପ୍ରକାଶ କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ଏହି ଅଘଟଣରେ ପାରିବାରିକ କଳହ ତଥା ହରେକୃଷ୍ଣଙ୍କ ସମ୍ପୃକ୍ତି ଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.