Latest Odisha News

BREAKING NEWS

ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ତିନିରଥ…

ପୁରୀ: ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର ଓ ସୁନା ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ତିନୋଟି ରଥ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବୀ ଦଳନ ରଥ ବଡ଼ଦାଣ୍ଡ ଶ୍ରୀମନ୍ଦିରର ନିକଟବର୍ତ୍ତୀ ହୋଇଛନ୍ତି । ସେବାୟତମାନେ ତିନୋଟି ରଥକୁ ଅତ୍ୟନ୍ତ ଶୃଙ୍ଖଳାର ସହିତ ଟାଣି ଟାଣି ନେଇଯାଇଛନ୍ତି ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନୋଟି ରଥ ଆଜି ବାହୁଡ଼ିଛନ୍ତି । ପ୍ରତି ଏକ ଘଣ୍ଟା ଅନ୍ତରରେ ସମସ୍ତ ରଥ ଯାତ୍ରା ଆରମ୍ଭ କରିଥିଲେ ।

Leave A Reply

Your email address will not be published.