ପାରାଦୀପ: ପାରାଦୀପ କପିଳ ଯୋରରେ ମାଛ ମଡକ ଦେଖିବାକୁ ମିଳିଛି। ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୂତ୍ତୀ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ମାଛ ମଡକର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ ଯୋରରେ ପାଣି ଅତ୍ୟଧିକ ଦୂଷିତ ଯୋଗୁଁ କିମ୍ବା କେହି ଏଥିରେ ବିଷ ପ୍ରୟୋଗ କରିଥିବା ଅନୁମାନ କରାଯାଉଛି। ଜଗନ୍ନାଥ ମାଉସୀ ମା ମନ୍ଦିର ନିକଟରୁ ସ୍ମୃତି ଉଦ୍ୟାନ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଯୋରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି। ଖବର ପାଇ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ମାଛ ଓ ଜଳର ନମୁନା ସଂଗ୍ରହ କରିଛନ୍ତି। ଏଗୁଡ଼ିକ ଲ୍ୟବରେ ପରୀକ୍ଷା କରିବା ପରେ ମାଛ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି। ପାରାଦୀପ ରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ଏହା ଜଳଜୀବ ମାନଙ୍କୁ ପ୍ରଭାବିତ କରୁଛି। ଯାହା ସ୍ଥାନୀୟ ଅଞ୍ଚଳରେ ବିପଦ ସୃଷ୍ଟି କରୁଛି। ତୁରନ୍ତ ଏହାର ନମୁନା ପରୀକ୍ଷା କରି ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି।
BREAKING NEWS
- ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
- ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
- ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି
- ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା ଦାୟର
- କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
- ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
- ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…
- ଦିଲ୍ଲୀ ବିମାନବନ୍ଦରରେ ‘SKYCAST’ ହାଇ-ଟେକ୍ ସିଷ୍ଟମ୍ ସ୍ଥାପନ, ଏହି ସୁବିଧା ବିଶ୍ୱର କିଛି ବିମାନବନ୍ଦରରେ ଉପଲବ୍ଧ, କ’ଣ ଏହାର ବିଶେଷତ୍ତ୍ବ
Comments are closed.