ଯାଜପୁର: ଡାକ୍ତରଖନାରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କୁଷ୍ଠ ରୋଗୀଙ୍କୁ ର୍ଦୁବ୍ୟବହାର କରି ତଢିଦେଇଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ମେଡିକାଲ ପରିସରରେ । ଅଭିେଯୋଗ ମୁତାବକ ସ୍ଥାନୀୟ ଗାନ୍ଧୀ କୁଷ୍ଠାଶ୍ରମ ବସ୍ତିର ରାମଚନ୍ଦ୍ର ମହାରଣା ଛାତି ଓ ଆଖିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ତ୍ରୀଙ୍କ ସହ ଯାଜପୁର ରୋଡ ମେଡିକାଲକୁ ଆସିଥିଲେ । ହେଲେ ସେଠାରେ ଚିକିତ୍ସା ବଦଳରେ ତାଙ୍କୁ ମିଳିଥିଲା ର୍ଦୁବ୍ୟବହାର । ସେହି ସମୟରେ ଆଉଟ ଡୋରରେ ରୋଗୀ ଦେଖୁଥିବା ଡାକ୍ତର ଶିଶିର ସାହୁ ଏହି ବୃଦ୍ଧ ଦମ୍ପତିଙ୍କୁ ର୍ଦୁବ୍ୟବହାର କରି ସେଠାରୁ ତଢି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ଡାକ୍ତର ତାଙ୍କୁ ମାଡ ମାରିବାକୁ ହାତ ଉଠାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଫଳରେ ଚିକିତ୍ସା ନ ପାଇ ସେ ମେଡିକାଲରୁ ଫେରିଯାଇଥିବା ଜଣାପଡିଛି । ପରେ ଏନେଇ ଏହା ଦମ୍ପତ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାକୁ ସେ ଦାବୀ କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡାକ୍ତର । ସେ କୌଣସି ରୋଗୀଙ୍କୁ ର୍ଦୁବ୍ୟବହାର କରି ନଥିବା ସଫେଇ ଦେଇଛନ୍ତି ।
BREAKING NEWS
- Kantabanjhi Mla Laxman Bag: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ; ଥାନାରେ ଏତଲା
- ଆସିଲା ନୂଆ ପଦ୍ଧତି, ବିନା ଡ଼କ୍ୟୁମେଣ୍ଟରେ କରିପାରିବେ ଆଧାର କାର୍ଡ଼ ଅପଡ଼େଟ
- ଅଧିନାୟକ ପଦରୁ ଓହରିବା ପରେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛନ୍ତି କୋହଲି
- Ekamra Project: ମହାଶିବରାତ୍ରୀ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ
- Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି
- ଟସ, କାକରକୁ ଦୋଷ ଦେଲେ ରାହୁଲ
- କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ
- Shark Fish in Balasore: ସମୁଦ୍ରରୁ ୨ଟି ବିଶାଳ ସାର୍କଙ୍କ ମୃତଦେହ ଉଦ୍ଧାର; ୬ କ୍ବିଣ୍ଟାଲରୁ ହେବ ଉର୍ଦ୍ଧ୍ବ
- ୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି
- Birupa River: ବିରୂପା ନଦୀରୁ ଖସିପଡ଼ିଲା କାର୍;ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
Comments are closed.