Latest Odisha News

BREAKING NEWS

କେନ୍ଦୁଝରରେ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କୁ ଦିଆଯିବ ରାଗି ଲଡୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପ୍ରଦାନ କରାଯିବ “ରାଗି ଲଡୁ”। ରାଗି ଲଡୁ ହେଉଛି ମାଣ୍ଡିଆରେ ତିଆରି ହେଉଥିବା ଏକ ଲଡୁ।

୩ରୁ ୬ ବର୍ଷ ବୟସ୍କ ଶିଶୁମାନଙ୍କୁ ସପ୍ତାହରେ ଅତିରିକ୍ତ ଭାବରେ ଦିଆଯିବ ୨ଟି ମାଣ୍ଡିଆ ଲଡୁ। ରାଗିରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଥାଏ। ଏପରିକି ମାଣ୍ଡିଆ ଲଡୁରେ ମଧ୍ୟ ଅଧିକ ଫାଇବାର, ମିନେରାଲସ ଏବଂ ଆଣ୍ଟିଅକ୍ସିଡାଂଟ ଭରି ରହିଛି।

ଏସବୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ରୁ ବର୍ଷରୁ ୧. ୫ କୋଟି ସହାୟତା ରାଶି ଯୋଗାଇ ଦିଆଯିବ। ଆଇସିଡିଏସ୍ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ହେବ।

ଏହାଛଡା ମାଣ୍ଡିଆର ବିକେନ୍ଦ୍ରିକରଣ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟା କରଣ, ଯୋଗାଣ ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି।

ବର୍ତମାନ କୋଭିଡ ପରିସ୍ଥିତି ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ରାଗି ଲଡୁ ମିକ୍ସ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ଘରେ ଯୋଗାଇ ଦିଆଯିବ । ଘରେ ମା ମାନେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ଖାଇବା ପାଇଁ ଦେବେ । ଅଭିଜ୍ଞ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଗି ଲଡୁ ମିକ୍ସ ପ୍ରସ୍ତୁତ କରିବେ।

ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ସଦର ବ୍ଲକର ୩୩୫ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପରେ ପରେ ଜିଲ୍ଲାର ୩୨୫୭ ଟି ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ୧ ସେପ୍ଟେମ୍ବର ୨୦୨୦ରୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏସବୁ ସାଙ୍ଗରେ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ବହୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି।

 

Comments are closed.