Latest Odisha News

BREAKING NEWS

ରାଜଧାନୀରେ ମିନିବସ୍ ଓଲଟି ୨୦ ଜଣ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଶିଶୁପାଳଗଡ଼ ଛକରେ ଏକ ମିନିବସ୍ ରାସ୍ତାରେ ଓଲଟି ପଡ଼ିବା ଫଳରେ ସେଥିରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ଭୁବନେଶ୍ୱର-ପୁରୀ ବାଇପାସ ଟଙ୍କପାଣି ସାଇ ମନ୍ଦିର ନିକଟରେ ଘଟିଥିôବା ସୂତ୍ରରୁ ଜଣାପଡ଼ିଛି । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବସରେ ଥିବା ୨୦ ଜଣ ଆହତ ଯାତ୍ରୀଙ୍କୁ ତୁରନ୍ତ ୩ଟି ୧୦୮ ଜରୁରୀ ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଆହତ ୧୧ଜଣ ଯାତ୍ରୀଙ୍କୁ ଅଧିକ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ଫିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ସିଟି ରାଇଡ଼ ନାମକ ଏକ ଘରୋଇ ବସ ଶିଖରଚଣ୍ଡୀରୁ ପିପିଲି ଯାଉଥିବା ବେଳେ ବସଟିର ଚକା ଫାଟି ଯାଇଥିଲା । ଫଳରେ ମିନିବସଟି ରାସ୍ତାରେ ଓଲଟି ପଡ଼ିଯାଇଥିଲା ।

Leave A Reply

Your email address will not be published.