Latest Odisha News

BREAKING NEWS

ହାଜର ହେଲେ ଅଭିଜିତ, ବିଧାନସଭା ଗୃହ କମିଟିରେ ଚାଲିଛି ଜେରା

ଭୁବନେଶ୍ୱର: ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର ।

ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଆଜି ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି ।

ଆଜି କଡ୍ଡା ସୁରକ୍ଷାରେ ଅଭିଜିତ ବିଧାନସଭାରେ ପହଞ୍ଚିଛନ୍ତି । ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ଉପସ୍ଥିତ ରହିଛନ୍ତି ।

ଉଲ୍ଳେଖଯୋଗ୍ୟ, ଗତ ଅକ୍ଟୋବର ୧୭ ତାରିଖ ଦିନ ବିଧାନସଭା ଗୃହ କମିଟି ଆଜି ଅର୍ଥାତ୍ ୨୩ ଅକ୍ଟୋବରରେ ଗୃହ କମିଟି ଆଗରେ ହାଜର ହେବାକୁ ଅଭିଜିତଙ୍କୁ ନୋଟିସ ଜାରି କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଅଭିଜିତ ଅକ୍ଟୋବର ୧୭ ତାରିଖ ଦିନ ‘ଏଏନଆଇ’ ଗଣମାଧ୍ୟମ ସଂସ୍ଥା ମାଧ୍ୟମରେ ତାଙ୍କର କଟୁ ମନ୍ତବ୍ୟ ଲାଗି କ୍ଷମା ମାଗି କହିଥିଲେ, “ମୋ ମନ୍ତବ୍ୟ ଯଦି କାହାକୁ ବ୍ୟଥିତ କରିଥାଏ ତେବେ ମୁଁ ସେଥିଲାଗି ଦୁଃଖ ପ୍ରକାଶ କରୁଛି । ଓଡ଼ିଶା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଓଡ଼ିଶାର ପ୍ରାଚୀନ କିର୍ତ୍ତୀରାଜି ଭାରତୀୟ ସଂସ୍କୃତି ପ୍ରତି ଏକ ବିରାଟ ଅବଦାନ,” ।

Leave A Reply

Your email address will not be published.