କଟକ: ମହାନଗର ନିଗମ ଅଞ୍ଚଳରେ ବଡୁଛି କରୋନା ସଂକ୍ରମଣ । କେମିତି ମୁକାବିଲା କରାଯିବ ଓ କରୋନା ଚେନ୍ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ ଓ ସ୍ଥାନୀୟ ପ୍ରଶାସନ । ଆଜି ସିଏମସି କାର୍ଯ୍ୟଳୟରେ ଏକ ଜରୁରିକାଳୀନ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି ।
ନିଷ୍ପତ୍ତି ହୋଇଛି, ପ୍ରତ୍ୟେକ ସମ୍ପ୍ରଦାୟରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଆଇଆଇସିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ସ୍ପେସାଲ୍ ପୋଲିସ ଅଫିସର୍ସ (ଏସପିଓ) ଟିମ୍ ଗଠନ କରାଯିବ । ସେମାନେ ସ୍ଥାନୀୟ ଲୋକଙ୍କ ସମର୍ଥନରେ ମହାମାରୀ ମୁକାବିଲ୍ ସହ ସହରରେ କରୋନା ଚେନ୍ ଭାଙ୍ଗିବା ଦିଗରେ କାମ କରିବେ ।

ପ୍ରଶାସନ ଜନସାଧାରଣଙ୍କ ସମର୍ଥନ ଓ ସହଯୋଗରେ କରୋନା ଭଳି ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼ିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ବିରୋଧରେ ପିପୁଲ୍ସ-ଡ୍ରାଇଭ-ଫାଇଟ୍ ଚାଲିବ । ପ୍ରଶାସନ ନେଉଥିବା ପଦକ୍ଷେପକୁ ସମସ୍ତେ ସମର୍ଥନ ଜଣାଇବା ସହ କରୋନା କଟକଣାକୁ ମାନିବେ ବୋଲି ମତ ପ୍ରକାଶ ପାଇଛି ।

ବୈଠକରେ ସିଏମସି ଅଧିକାରୀ, କର୍ମଚାରୀ, କଟକ ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ପୂଜା କମିଟି ପ୍ରତିନିଧି, ବିଭିନ୍ନ ସମ୍ପ୍ରଦାୟର କର୍ମକର୍ତ୍ତା ଯୋଗ ଦେଇଥିଲେ । କରୋନା ଚେନ୍ ଭାଙ୍ଗିବା ପାଇଁ ସ୍ୱତନ୍ତ୍ର ରଣନୀତି ସହ କାମ କରିବା ନେଇ ମତ ପ୍ରକାଶ ପାଇଛି । ମୁକାବିଲା ଦିଗରେ ଆସୁଥିବା ଆହ୍ୱାନକୁ ହରବାସୀ ଗ୍ରହଣ କରିଛନ୍ତି ।
BREAKING NEWS
- ପାକିସ୍ତାନୀ ପାଇଲଟଙ୍କ ପାଇଁ ବନ୍ଦ ହେଲା ଇସ୍ରାଏଲ୍ ଆକାଶ: ଏୟାର ଫ୍ରାନ୍ସର ବଡ଼ ପଦକ୍ଷେପ
- Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍ ରହମାନଙ୍କୁ ହସିନାଙ୍କ କଡ଼ା ସମାଲୋଚନା
- ହାଇଦ୍ରାବାଦକୁ ଫେରିଲେ ଟି.ନଟରାଜନ, ଦିଲ୍ଲୀ କ୍ୟାପିଟାଲ୍ସକୁ ଗଲେ ଯୁବ ସ୍ପିନର୍ ଜୀଶାନ
- ଲକ୍ଷ୍ନୌରେ କାଫେ ମାଲିକ ମୃତ୍ୟୁ ମାମଲା, ଇନଫ୍ଲୁଏନ୍ସର ଶ୍ରଦ୍ଧା ଦୁବେଙ୍କୁ ଖୋଜୁଛି ପୋଲିସ
- ନ୍ୟୁଜିଲାଣ୍ଡ ଗସ୍ତ: ତିନି ପ୍ରମୁଖ ଖେଳାଳିଙ୍କ ଫିଟନେସ୍ ପାଇଁ ଅଟକିଲା ଟେଷ୍ଟ ଓ ଦିନିକିଆ ଦଳ ଚୟନ
- ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି…
- ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ
- ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ
- Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…

Comments are closed.