Latest Odisha News

BREAKING NEWS

ଯାଜପୁରରେ ବିଭତ୍ସ ହତ୍ୟାକାଣ୍ଡ: ମାଆ ମୃତ, ବାପା ଓ ଝିଅ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ୩ ଜଣଙ୍କ ଉପରକୁ ହୋଇଛି ମରଣାନ୍ତକ ଆକ୍ରମଣ। ଏଥିରେ ପ୍ରାଣ ହରାଇଛନ୍ତି ମାଆ ଓ ଗୁରୁତର ଆହତ ହୋଇଛନ୍ତି ବାପା, ଝିଅ।

ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ମୃତକ ମହିଳା ଜଣଙ୍କ ସ୍ଥାନୀୟ ଅନନ୍ତ କୁମାରୀ ବାଳିକା ହାଇସ୍କୁଲର ଶିକ୍ଷୟତ୍ରୀ ତରୁଲତା ବିଶ୍ବାଳ ହୋଇଥିବା ବେଳେ, ହତ୍ୟାକାଣ୍ଡର କାରଣ ଯାଏଁ ସ୍ପଷ୍ଟ ହୋଇନାନାହିଁ।

Comments are closed.