ମଧ୍ୟପ୍ରଦେଶ: ରାଜଧାନୀ ଭୋପାଳରେ କରୋନା କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ଏଣିକି ବାହାରକୁ ବାହାରିଲେ ଯାହା ମୁହଁରେ ମାସ୍କ ନଥିବ ତାକୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ । ଜରିମାନା ତ ଗଣିବ ତାସହ କରୋନା ଡ୍ୟୁଟି କରିବ । ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ଭୋପାଳ ଜିଲ୍ଲାପାଳ ଅବିନାଶ ଲଭାନିଆ । କିଲ୍ କରୋନା ଅଭିଯାନ ସମ୍ପର୍କିତ ବୈଠକରେ ଆଲୋଚନା ପରେ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି ।
#COVIDー19 मे जारी प्रोटोकाल का पालन नही करने पर अब संबंधित को कोरोना वॉलिंटियर्स के रूप करनी होगी ड्यूटी
धारा-144 अंतर्गत @CollectorBhopal श्री अविनाश लवानिया ने जारी किया आदेश#KillCoronaAbhiyan #JansamparkMP pic.twitter.com/7aVkg1NLPg— Collector Bhopal (@CollectorBhopal) July 6, 2020
ଧାରା ୧୪୪ ଅନୁସାରେ ସର୍ବସାଧାରଣରେ କୋଭିଡ-୧୯ ନିୟମର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଚେକିଂ ବେଳେ ମାସ୍କ ପିନ୍ଧି ନଥିଲେ କରୋନା ଭଲ୍ୟୁଣ୍ଟିୟର୍ସ ଭାବରେ କାମ କରିବେ ଉଲ୍ଲଂଘନକାରୀ । ଏନେଇ ଭୋପାଳ ଜିଲ୍ଲାପାଳଙ୍କ କାକାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଉଲ୍ଲଂଘନକାରୀ ଅତି କମରେ ତିନି ଦିନ ହସ୍ପିଟାଲ କିମ୍ବା ପୋଲିସ ଚେକ୍ ପୋଷ୍ଟରେ ତିନି ଦିନ କାମ କରିବେ । ଅନଲକ୍ ଚାଲିଥିବା ବେଳେ ଭୋପାଳରେ କରୋନା କେସ ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ଭୋପାଳରେ ୩ ହଜାର ୧୫୫ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୩ ଜଣଙ୍କର ଜୀବନ ନେଇଛି କରୋନା ।
Comments are closed.