Latest Odisha News

୧୨ ତାରିଖ ଯାଏ ସଟଡାଉନରେ ରହିବ କଟକ, ବଢ଼ିଲା ଅବଧି

କଟକ: ମହାନଗର ନିଗମ ଅଞ୍ଚଳରେ ଆଉ ଦୁଇ ଦିନ ବଢ଼ିଲା ସଟଡାଉନ । ଆସନ୍ତା ୧୦ ମଧ୍ୟରାତ୍ରି ଯାଏ ସମୟସୀମା ବଢ଼ାଇଛି ପ୍ରଶାସନ । କରୋନା ସ୍ଥିତି ବିଗିଡ଼ିବା ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି । ଟ୍ୱିଟ୍ କରି ସିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

୧୦ ତାରିଖ ଶୁକ୍ରବାର । ତାପରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍ ରହିବ । ଏହାକୁ ମିଶାଇଲେ ଆସନ୍ତା ୧୨ ତାରିଖ ଯାଏ ସଟଡାଉନ୍ ରହିବ ସିଲଭର ସିଟି । ତେବେ ଏହି ସମୟରେ ସହରବାସୀ ସକାଳ ୫ରୁ ସନ୍ଧ୍ୟା ୬ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ।

ଜିନିଷପତ୍ର କିଣିବା ବେଳେ କୋଭିଡ ନିୟମ ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ସିଏମସି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଛି । ସଟଡାଉନ୍ ବେଳେ ପୂର୍ବ ଭଳି ଖୋଲା ରହିବ ସହରରେ ଔଷଧ ଦୋକାନ ।

ପୂର୍ବରୁ ସିଏମସି ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବାରୁ ୬ ତାରିଖରୁ ୮ ତାରିଖ ମଧ୍ୟରାତ୍ରି ଯାଏ କଟକ ସହରକୁ ସଟଡାଉନ୍ ଘୋଷଣା କରାଯାଇଥିଲା ।

Comments are closed.