ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଏହି ସୂଚନା ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଚତୁର୍ଥ ଥର ନୁମନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ବାହାରିଛି । ବୋଲସୋନାରୋ କହିଛନ୍ତି, ସେ ଏବେ ଠିକ୍ ଅଛନ୍ତି । ତାଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ଦେଖାଦେଇଛି ।
ବ୍ରସିଲିଆ ସ୍ଥିତ ନିଜ ବାସଭବନରୁ ଟେଲିଭିଜନକୁ ସାକ୍ଷାତକାରରେ ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି । ରୋଗରୁ ମୁକ୍ତି ପାଇଁ ସେ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ଆଜିଥ୍ରୋମାଇସିନ୍ ମେଡିସିନ୍ ଖାଉଛନ୍ତି ।
୬୫ ବର୍ଷୀୟ ବୋଲସୋନାରେ ଗତ ରବିବାର ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ଥମା ଅନୁଭବ କରିବା ସହ ଦୁର୍ବଳ ଲାଗୁଥିଲା । ଶରୀରର ତାପମାତ୍ରା ପାଖାପାଖି ଶହେ ଉପରେ ରହିଥିଲା । ପରେ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ମାର୍ଚ୍ଚ ପରଠୁ ବୋଲସୋନାରୋଙ୍କ ତିନି ଥର ସାମ୍ପୁଲ ଟେଷ୍ଟ ହୋଇଥିଲା । ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହେଉଛି ବ୍ରାଜିଲ ।
Comments are closed.