Latest Odisha News

BREAKING NEWS

ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ନୋ ସିଗନାଲ୍

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ବିବାଦ ଘନେଇଛି । ଏଭଳି ସ୍ଥିତିରେ ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନେପାଳ କେବୁଲ ଟିଭ୍ ବିତରକ । କେବଳ ଦୂରଦର୍ଶନକୁ ବାଦ ଦେଇଛନ୍ତି । ନେପାଳରେ ବିଦେଶୀ ଚ୍ୟାନେଲର ବିତରକ ମଲଟି ସିଷ୍ଟମ ଅପରେଟର କହିଛି, ଭାରତୀୟ ନ୍ୟୁଜ ଚ୍ୟାନେଲରେ ନେପାଳର ରାଷ୍ଟ୍ରୀୟ ଭାବନାକୁ କୁଠାରଘାତ କଲା ଭଳି ଖବର ପ୍ରସାରଣ କରାଯାଉଛି । ଏଥିପାଇଁ ବନ୍ଦ କରାଯାଇଛି ନ୍ୟୁଜ ଚ୍ୟାନେଲ ।

ସେହିପରି ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ନାରାୟଣ କାଜି କହିଛନ୍ତି, ନେପାଳ ସରକାର ଓ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ଭାରତୀୟ ନ୍ୟୁଜ ଚ୍ୟାନେଲ କୌଣସି ଆଧାର ନଥିବା ଖବର ପ୍ରସାରଣ କରୁଛନ୍ତି । ସେଭଳି ବାଜେ ଖବର ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଚୀନ ସହ ଭାରତର ସୀମା ବିବାଦ ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଓଲି ଭାରତକୁ ଉସୁକାଇବା ଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.