Latest Odisha News

BREAKING NEWS

ଜଣେ କର୍ମଚାରୀ କରୋନା ପଜିଟିଭ ପରେ ବଣାଇ ହସ୍ପିଟାଲ ଓପିଡି ବନ୍ଦ

ରାଉରକେଲା: ରାଉରକେଲାର ବଣାଇ ଉପଖଣ୍ଡ ହସ୍ପିଟାଲରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲର ଓପିଡିକୁ ବନ୍ଦ କରିଦିଆଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓପିଡିକୁ ବନ୍ଦ କରାଯାଇଥିବା ବେଳେ ବଣାଇ ମେଡିକାଲରେ କେବଳ ଜରୁରୀ ସେବା ପ୍ରଦାନ କରାଯିବ । ଅନ୍ୟ ସମସ୍ତ ସେବାକୁ ବନ୍ଦ ରଖାଯାଇଥିବା ନେଇ ଏସଡିଏମଓ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ- ସମ୍ବଲପୁରରେ ଲାଗୁ ହେଲା ଦୁଇ ଦିନିଆ ସାପ୍ତାହିକ ସଟ୍ ଡାଉନ୍‌

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାରେ ମୋଟ୍ ୬୧୬ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ୪୦୫ ସକ୍ରିୟ ମାମଲା ରହିଛି । ଏହାଛଡା ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.