Latest Odisha News

ଆଜି ଭାରତ-ୱେଷ୍ଟଇଣ୍ଡିଜ ୩ୟ ଦିନିକିଆ ଲଢେଇ

ନୂଆଦିଲ୍ଲୀ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।

୧-୦ରେ ଲିଡ କରୁଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତିବା ଲକ୍ଷ୍ୟନେଇ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା ଟକ୍କର ଦେବ ।

ଶନିବାର ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସ୍ଥିତି ୧-୧ କରିବାକୁ ଚେଷ୍ଟା କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧୱନ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଯୁଜ ବେନ୍ଦର ଚହଲ୍, ଯଶପ୍ରିତ ବୁମରା, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଲୋକେଶ ରାହୁଲ୍, ଉମେଶ ଯାଦବ ଓ ମନୀଷ ପାଣ୍ଡେ ପ୍ରମୁଖ ।

Comments are closed.