Latest Odisha News

BREAKING NEWS

କଟକ ଏସସିବିରେ ଡେଙ୍ଗୁରେ ଆକ୍ରାନ୍ତ ବଙ୍ଗୀୟ ମହିଳାଙ୍କ ମୃତ୍ୟୁ

କଟକ : କଟକ ବଡ ଡାକ୍ତରଖାନାରେ ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି ।

ମୃତକ ରୋଗୀଙ୍କ ନାମ ମଞ୍ଜୁ ରାଉତ ହୋଇଥିବାବେଳେ ତାଙ୍କ ଘର ପଶ୍ଚିମବଙ୍ଗର ମେଦିନିପୁର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ମଞ୍ଜୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତି ସମୟରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟପକ୍ଷରେ ଚିକିତ୍ସାଧିନ ଅବସ୍ଥାରେ ହିଁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏବର୍ଷ ଡେଙ୍ଗୁ ଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ଘଟିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ କଟକ ବଡ ଡାକ୍ତରଖାନାରେ ଏପର୍ଯ୍ୟନ୍ତ ୨ଶହରୁ ୨୫୦ଟି ଡେଙ୍ଗୁ କେସ ଆସିଛି । ସେଥିମଧ୍ୟରୁ ୩୦ ପ୍ରତିଶତ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଦିନକୁ ଦିନ ଡେଙ୍ଗୁ ରୋଗ କାୟା ବିସ୍ତାର କରୁଥିବାବେଳେ ଏହାର ଚିକିତ୍ସା ପାଇଁ କିଛି ମେଡିକାଲରେ ସ୍ପେଶାଲ ଡେଙ୍ଗୁ ବିଭାଗ ମଧ୍ୟ ଖୋଲାଯାଇଛି ।

Leave A Reply

Your email address will not be published.