Latest Odisha News

BREAKING NEWS

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୪୫୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୪୫୩ ଜଣଙ୍କ ମଧ୍ୟରୁ ୨୨୦ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ୨୮ ଜଣ ଖୋର୍ଦ୍ଧା, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ୧୩ ଜଣ ଜଗତସିଂହପୁର, ୧୩ ମାଲକାନଗିରି, ଯାଜପୁରରୁ ୧୦, ଗଜପତିରୁ ୧୦, ଅନୁଗୁଳରୁ ୯, କେନ୍ଦ୍ରାପଡାରୁ ୬, କୋରାପୁଟରୁ ୪, ଭଦ୍ରକରୁ ୨, ୩ ଜଣ କଟକ ଏବଂ ପୁରୀ, ନୟାଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬ ହଜାର କରୋନା ମାମଲା ରହିଥିବା ବେଳେ ମୋଟ୍ ୧୧,୩୩୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୮୩ ଜଣ ମୃତ୍ୟୁବରଣ କରିଛନ୍ତି।

Comments are closed.