Latest Odisha News

BREAKING NEWS

‘ହେଲିକପ୍ଟରରେ ଉଡି ବିଧାୟକ କରୁଛନ୍ତି ଖର୍ଚ୍ଚ କାଟ୍‌’

ଭୁବନେଶ୍ୱର: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଂଜୟ ଦାସ ବର୍ମା । ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତିକରୋନା ସମୟରେ ଖର୍ଚ୍ଚ କାଟ ପାଇଁ ସରକାର କହୁଛନ୍ତି । ହେଲେ ବିଜେଡି ନେତାଙ୍କ ଏହି ବ୍ୟୟବହୁଳ ଗସ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସରକାରୀ ଖର୍ଚ୍ଚରେ ଦଳୀୟ କାର୍ଯ୍ୟକ୍ରମ କରିଥିବା ଅଭିଯୋଗ ଆଣିଛନ୍ତି ବଳଭଦ୍ର ମାଝୀ ।

ଅନ୍ୟପଟେ ଏସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଯାଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାର ଗସ୍ତ କରି ଲୋକଙ୍କ ଦୁଃଖ ସୁଖ ବୁଝିଥିଲେ । ଜିଲ୍ଲାସ୍ତରରେ କୋଭିଡ ମୁକାବିଲାର ତଦାରଖ କରିଥିଲେ । ସେ ଆହୁରି କହିଛନ୍ତି ଗସ୍ତ ବେଳେ ବିଭିନ୍ନ ସ୍ଥାନକୁ ସାଙ୍ଗରେ ଯାଇଥିବା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ତିନି ଦିନ ତଳର ଘଟଣାକୁ କାହିଁକି ବିଜେପି ରାଜନୈତିକ ରୁପ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜୁଲାଇ ୧୩ରୁ ୧୮ ତାରିଖ ଯାଏଁ ଦକ୍ଷିଣ ଓଡିଶା ଗସ୍ତରେ ଯାଇଥିଲେ ସଂଜୟ ଦାସ ବର୍ମା ।

Leave A Reply

Your email address will not be published.