Latest Odisha News

ସୁନା ମାସ୍କ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ଏଲ୍‌ଇଡି ମାସ୍କ !

ପଶ୍ଚିମବଙ୍ଗ: ସୋସିଆଲ୍ ମିଡିଆରେ ଭାଇରାଲ୍ । ଓଡିଶାର ସୁନା ମାସ୍କ ପରେ ପଶ୍ଚିମବଙ୍ଗର ଏଲଇଡି ମାସ୍କ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଲ୍‌ଇଡି ମାସ୍କ । ୨୪ ପ୍ରଗଣାର ଗୌର ନାଥଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି । ତେବେ ଚର୍ଚ୍ଚାରେ ରହିବାକୁ ନୁହେଁ ବରଂ ଏହି ଲାଇଟ୍ ଲଗାହୋଇଥିବା ମାସ୍କ ଜରିଆରେ ସେ କୋଭିଡ-୧୯ଠାରୁ ରକ୍ଷା ପାଇବା ଲାଗି ସଚେତନା ସୃଷ୍ଟି କରିଛନ୍ତି ।

ତାଜା ସ୍ଥିତିରେ ୨୪ ପ୍ରଗଣା ଜିଲ୍ଲାର ସର୍ବାଧିକ ୧୧୩ଟି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଶନିବାର ଦିନ ପଶ୍ଚିମବଙ୍ଗରେ ସର୍ବାଧିକ ଗୋଟିଏ ଦିନରେ ୨,୧୯୮ଟି କୋଭିଡ୍ ପଜିଟିଭ ମାମଲା ସାମ୍ନାକୁ ଆସିଥିଲା । ତାଜା ସ୍ଥିତିରେ ପଶ୍ଚିମବଙ୍ଗରେ ୪୦ହଜାରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିଲାବେଳେ ଗୌରଙ୍କ ଏହି ଅଭିନବ ସଚେତନା ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.