ଭୁବନେଶ୍ୱର: ଘରକୁ ସଜାଇବା ପାଇଁ ଆମେ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଘରେ ବସ୍ତୁଦୋଷ ଥିଲେ ସମ୍ପର୍କରେ ତିକ୍ତତା ଲାଗିରହିଥାଏ ।ଏଥିରେ ଶୀଘ୍ର ସୁଧାର ନଆଣିଲେ ଏହା ଧୀରେଧିରେ ସମ୍ପର୍କରେ ଫାଟ ପକାଇବା ଆରମ୍ଭ କରିଦିଏ । ଯାହା ପର ମୁହୂର୍ତ୍ତରେ ସମ୍ପର୍କ ଭାଙ୍ଗିବାର କାରଣ ପାଲଟି ଯାଏ ।
ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କେଉଁସବୁ ଦିଗ ଉପରେ ଧ୍ୟାନ ରଖିଲେ ଏହିସବୁ ସମସ୍ୟା ଠାରୁ ଦୂରେଇ ରହିବେ:
ଆପଣଙ୍କ ଶୋଇବା ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ନାହିଁ।
ପୂଜା ଘର କିମ୍ବା ଉତ୍ତର ପୂର୍ବ ଦିଗରେ ଜଳ ଭର୍ତ୍ତି କରି ଏକ କଳସ ରଖନ୍ତୁ। ଯାହା ଫଳରେ ଘରେ ଶାନ୍ତି ଆସିଥାଏ ।
ବନ୍ୟ ଜୀବଜନ୍ତୁଙ୍କର ଫଟୋ ଘରେ ରଖିବା ଅନୁଚିତ। କାରଣ ଏହା ଘରର ଗୁରୁଜନ ମାନଙ୍କ ହିଂସାତ୍ମକ ଭାବକୁ ବଢାଇଥାଏ।
ଘରେ ଥିବା ପାଣି ଟ୍ଯାପ୍ ରୁ ପାଣି ବୋହିବା ଅନୁଚିତ କାରଣ ଏହା ଦ୍ବାରା ଘରେ ଧନ ସଞ୍ଚୟ ହୋଇରହିନଥାଏ।
ନଟରାଜଙ୍କ ଫଟୋ କିମ୍ବା ମୂର୍ତ୍ତି ଘରେ ରଖିବା ଉଚିତ ନୁହେଁ । କାରଣ ଏଥିରେ ଭଗବାନ ଶିବଙ୍କ ରାଗି ରୂପ ରହିଥାଏ।
ମହାଭାରତର କୌଣସି ଚିତ୍ର ଘରେ ରଖିବା ଅନୁଚିତ, କାରଣ ଏହା ରଖିବା ଦ୍ବାରା ଘରେ ସର୍ବଦା କଳହ ଲାଗିରହିଥାଏ।

Comments are closed.