Latest Odisha News

BREAKING NEWS

ବୌଦ୍ଧ ଓ କେନ୍ଦୁଝର ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କିଭଳି ଓ କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲା ? ଦୁଇଟିଯାକ ହାତୀ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଜୁନ୍ ୧୭ ତାରିଖରେ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା । ହାତୀ ଶରୀରରେ ଏକାଧିକ ଗୁଳି ବାଜିଥିଲା । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସଂରକ୍ଷିତ ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ଠାବ ହୋଇଥିଲା । ଜୁନ୍ ୧୪ତାରିଖରେ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ହାତୀଙ୍କ ମୃତଦେହ । ଅଣ୍ଡିରା ହାତୀର ଦାନ୍ତ କାଟି ନେଇଥିଲେ ଶିକାରୀ ।

Leave A Reply

Your email address will not be published.