Latest Odisha News

BREAKING NEWS

ଆଜି ରିଲିଜ ହେଉଛି ସୁଶାନ୍ତଙ୍କ ଶେଷ ସିନେମା ‘ଦିଲ ବେଚାରା’: କେଉଁଠି ଓ କେମିତି ଏହାକୁ ଦେଖିବେ ଜାଣନ୍ତୁ

ମୁମ୍ବାଇ: ଆଜି ମୁକ୍ତିଲାଭ କରିବାକୁ ଯାଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା । ସୁଶାନ୍ତଙ୍କ ପ୍ରଶଂସକ, ପରିବାର ଏବଂ ସୁଶାନ୍ତଙ୍କ କୋ’ଷ୍ଟାର ମାନଙ୍କ ପାଇଁ ଏହା ଏକ ଭାବପ୍ରବଣତାର ମୁହୂର୍ତ୍ତ । ଏହି ସିନେମାଟି ଆଜି ସନ୍ଧ୍ୟା ୭.୩୦ ରୁ OTT ପ୍ଲାଟଫର୍ମରେ ଦେଖିବାକୁ ମିଳିବ ।

ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଏବଂ ସଞ୍ଜନା ସାଙ୍ଗୀଙ୍କ ଫିଲ୍ମ ‘ଦିଲ୍ ବେଚାରା’ ଲୋକଙ୍କ ନଜରରେ ରହିଛି । ଏହି ଚଳଚ୍ଚିତ୍ରର ଟ୍ରେଲର ୬ ଜୁଲାଇ ରେ ୟୁଟ୍ୟୁବରେ ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ ପରେ ଟ୍ରେଲରକୁ କୋଟି କୋଟି ଲୋକ ଦେଖିଥିଲେ । ଏବଂ ଏହା ସୁଶାନ୍ତଙ୍କ ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ସର୍ବାଧିକ ଦେଖାଯାଇଥିବା ଟ୍ରେଲରରେ ପରିଣତ ହୋଇଥିଲା।

କେବେ ଏବଂ କେଉଁଠାରେ ଏହି ଫିଲ୍ମଟି ଦେଖିପାରିବେ…

ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କର ଏହା ଶେଷ ଫିଲ୍ମ ହୋଇଥିବା ବେଳେ ଏହାକୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଆପଣ ଜୁଲାଇ ୨୪ ତାରିଖ ସନ୍ଧ୍ୟା ୭.୩୦ ପର ଠାରୁ ଏହାକୁ ଡିଜନି + ହଟଷ୍ଟାରରେ ଦେଖି ପାରିବେ । ସୁଶାନ୍ତଙ୍କ ପ୍ରଶଂସକଙ୍କ ଭାବନାକୁ ଦୃଷ୍ଟିରେ ରଖି ହଟଷ୍ଟାର ପକ୍ଷରୁ ଫିଲ୍ମଟିକୁ ମାଗଣାରେ ଦେଖାଇବାର ବ୍ୟବସ୍ଥା କରାଯାଇଛି। ଯାହାର ଅର୍ଥ ହେଉଛି ଯଦି ଦର୍ଶକମାନେ ହଟଷ୍ଟାରର ପ୍ରିମିୟମ୍ ସଦସ୍ୟ ନୁହଁନ୍ତି, ତଥାପି ମଧ୍ୟ ସେମାନେ ଏହାକୁ ଦେଖିପାରିବେ।

ଲକଡାଉନ ଯୋଗୁଁ ଦିଲ ବେଚାରା ରିଲିଜକୁ ସ୍ଥଗିତ ରଖାଯାଇଥିଲା।

ସଞ୍ଜନା ସାଙ୍ଗୀ ଏହି ଚଳଚ୍ଚିତ୍ର ସହିତ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ଅଟକି ରହିଥିଲା ​​। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ କରୋନା ଭାଇରସ୍ କାରଣରୁ ଏହା ସମ୍ଭବ ହୋଇ ପାରିଲା ନାହିଁ । କିନ୍ତୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏହାକୁ ଡିଜିଟାଲ ମିଡିଆରେ ମୁକ୍ତିଲାଭ କରାଯାଇଛି ।

Comments are closed.