Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚ

ଥିରୁବନନ୍ତପୁରମ୍ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଥିରୁବନନ୍ତପୁରମ୍ ସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଏହି ମ୍ୟାଚ ଦୁଇ ଦଳ ମଧ୍ୟରେ କଡ୍ଡା ମୁକାବିଲାର ସମ୍ଭାବନା ରହିଛି ।

ଏବେସୁଦ୍ଧା ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ୨-୧ରେ ଲିଡ୍ କରୁଥିôବା ଭାରତୀୟ ଦଳ ଏହି ସିରିଜକୁ ହାତେଇବା ଲକ୍ଷ୍ୟନେଇ ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା ଟକ୍କର ଦେବ । ଏଥିସହିତ ୱେଷ୍ଟଇଣ୍ଡିଜ ମଧ୍ୟ ସିରିଜ କୁ ବରାବର କରିବା ନେଇ ଜୋରଦାର ପ୍ରୟାସ କରିବ ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଦର୍ଶକଙ୍କ ପାଇଁ ରୋମାଞ୍ଚକ ଭରା ହେବାକୁ ଥିବାବେଳେ ସିରିଜ ହାତେଇବା ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧୱନ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଖଲିଲ ଅହମ୍ମଦ, ଯଶପ୍ରିତ ବୁମରା, ଭୁବନେଶ୍ୱର କୁମାର ପ୍ରମୁଖ ।

Leave A Reply

Your email address will not be published.