Latest Odisha News

BREAKING NEWS

ଗଞ୍ଜାମ: ଚୋରି କରିବାକୁ ଆସି ନାବାଳିକାଙ୍କୁ ଦୁଷ୍କର୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରୀ କରିବାକୁ ଆସି କିଛି ଦୁର୍ବୃତ୍ତ ଅମାନୁସିକ ଭାବେ ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ଭଳି ଏକ ଲଜ୍ଜାଜନକ ଘଟଣା ନଜରକୁ ଆସିଛି ।

ସୂଚନା ଅନୁଯାୟୀ ନିକଟବର୍ତ୍ତୀ ଅଞ୍ଚଳରେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଚୋରି ଉଦ୍ଦେଶ୍ୟରେ ଏକ ଘରେ ପଶିଥିଲେ । ଚୋରୀ କଲାପରେ ଉକ୍ତ ଘରେ ଥିବା ଜଣେ ନାବାଳିକାଙ୍କୁ ଉଠାଇ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପୋଲସରା ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳର ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.