Latest Odisha News

BREAKING NEWS

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ।

ଏ ସମୟରେ ବାହାର ଖାଦ୍ୟ ପଦାର୍ଥଠାରୂ ଦୂରେଇ ରହିବା ସହ ଘରୋଇ ଖାଦ୍ୟରେ ଧ୍ୟାନ ଦେବା ନିହାତି ଜରୁରୀ । ଏପରି ଅନେକ ଖାଦ୍ୟ ରହିଛି ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ ।

ସାମୁଦ୍ରିକ ମାଛ: ବର୍ଷା ଋତୁ ହେଉଛି ମାଛ ଓ ଚିଙ୍ଗୁଡ଼ିମାନଙ୍କ ପ୍ରଜନନ ସମୟ । ସାଧାରଣତଃ ଏହି ଋତୁରେ ଦନୀ, ପୋଖରୀ ଆଦିରେ ମାଛ ଭର୍ତ୍ତି ହୋଇଯାଆନ୍ତି । ଏହି କାରଣରୁ ବର୍ଷା ଦିନରେ ସାମୁଦ୍ରିକ ମାଛ ଖାଇବା କ୍ଷତିକାରକ ହୋଇପାରେ।

ଶାଗ: ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥିବା ଦେଖିବାକୁ ମିଳେ । ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ । ସେଥିପାଇଁ ଏହି ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଏ।

ବାସିଖାଦ୍ୟ: ଏହି ସଂକ୍ରମିତ ଋତୁରେ ବାସି ଖାଦ୍ୟ ଖାଇବା ଆଦୌ ଉଚିତ ନୁହେଁ । ଏହାକୁ ଖାଇଲେ ଦେହ ଖରାପ ହୋଇଥାଏ । ତେଣୁ ବର୍ଷା ଦିନେ କେବଳ ତଟକା ଓ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

Leave A Reply

Your email address will not be published.