Latest Odisha News

BREAKING NEWS

ସୁନ୍ଦରଗଡରେ ହାତୀ ମୃତଦେହ ମିଳିବା ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେଞ୍ଜ ନିକଟସ୍ଥ ସୋନାଖାନ୍ ଜଙ୍ଗଲ ଅଞ୍ଚଳରେ ହାତୀ ମୃତଦେହ ମିଳିବା ଘଟଣାରେ ଶୁକ୍ରବାର ଦିନ ବନବିଭାଗ ୨ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି ।

ନିଲମ୍ବିତ ୨ ବନ କର୍ମଚାରୀ ହେଲେ ଫରେଷ୍ଟର ହରିଶ ଜେନା ଓ ଅନ୍ୟ ଜଣେ ଫରେଷ୍ଟ ଗାର୍ଡ ସବିତା କିଷାନ୍ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗୁରୁବାର ଦିନ ବନ ବିଭାଗ କର୍ମଚାରୀ ଏକ ମୃତ ମାଈ ହାତୀର ଶବକୁ ଠାବ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାର ତଦନ୍ତରୁ କିଛି ଗ୍ରାମବାସୀମାନେ ହାତୀଟିକୁ ମାରି ପୋଡିଦେଇଥିବା ନେଇ ଜଣାପଡିଥିଲା ଏବଂ ବନ କର୍ମଚାରୀ ମାନେ ଘଟଣାସ୍ଥଳରୁ କିରୋସିନ ଜାର ଜବତ କରିଥିଲେ । ଏଥିସହିତ ହାତୀଟିର ମୃତ୍ୟୁ ପାଖାପାଖି ୪-୫ ଦିନ ହେବା ନେଇ ଅନୁମାନ କରାଯାଉଥିଲା ।

Leave A Reply

Your email address will not be published.