Latest Odisha News

BREAKING NEWS

ରିୟାଙ୍କ ବିରୋଧରେ FIR ରୁଜୁ କଲେ ସୁଶାନ୍ତ ସିଂ ରାଜପୁତଙ୍କ ବାପା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆସିଛି ଟ୍ୱିଷ୍ଟି । ସୁଶାନ୍ତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହୋଇଛି । ସୁଶାନ୍ତଙ୍କ ପିତା କେ କେ ସିଂ ମଙ୍ଗଳବାର ଦିନ ପାଟନାର ରାଜିବ ନଗର ଥାନାରେ ଏତଲା ରୁଜ କରିଛନ୍ତି । ସୁଶାନ୍ତ ସିଂହଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ଓ ଆତ୍ମହତ୍ୟା ପାଇଁ ତାଙ୍କୁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ।

ପାଟଣାରୁ ୪ଟି ପୋଲିସ ଟିମ ମୁମ୍ବାଇରେ ପହଞ୍ଚିଛନ୍ତି | ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି ୧୧ ଘଣ୍ଟା ଜେରା କରିଥିଲା | କିଛି ଦିନ ପୂର୍ବରୁ ରିୟା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ।

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ନିଜର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ ।  ପୋଲିସକୁ କୌଣସି ସୂଇସାଇଡ ନୋଟ ମିଳିନଥିଲା ।  ତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଜଣାପଡିଥିଲା ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିଲା ।  ବେକରେ ଫାସୀ ଲଗାଇଥିବା ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଥିଲା ।

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଏବେ ସୁଦ୍ଧା ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭନସାଲି, ମହେଶ ଭଟ୍ଟ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ପଚରାଉଚୁରା କରିଛି ।  ଖୁବ ଶୀଘ୍ର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ମଧ୍ୟ ପୋଲିସ ଜେରା କରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.