Latest Odisha News

ଆମେରିକାରେ କୋଭିଡ୍ ପଜିଟିଭ ଚିହ୍ନଟ କୁକୁରର ମୃତ୍ୟୁ !

ନ୍ୟୁୟର୍କ: ଆମେରିକାରେ କରୋନା ପଜିଟିଭ୍ ଚିହ୍ନଟ ପ୍ରଥମ କୁକୁରର ମୃତ୍ୟୁ ହୋଇଛି । ତାର ବୟସ ସାତ ବର୍ଷ ହେବ । ନାଁ ଥିଲା ବଡି । ଜର୍ମାନ ସେଫାର୍ଡ ପ୍ରଜାତିର କୁକୁରଟି ଗତ ଏପ୍ରିଲକୁ ଅସୁସ୍ଥ ଥିଲା । କରୋନା ସଂକ୍ରମିତ କୁକୁରର ମୃତ୍ୟୁ ନେଇ ଆମେରିକାର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ପୂର୍ବରୁ ବଡିର ମାଲିକ ରବର୍ଡ ମାହୋନୀ କରୋନା ସଂକ୍ରମିତ ହୋଇଥିଲେ । ସେ ସୁସ୍ଥ ହୋଇଥିଲେ । କିନ୍ତୁ ବଡିର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଗତ କିଛି ସପ୍ତାହ ହେବ ବଡିର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା ।

ମାଲିକଙ୍କ ସହ ନ୍ୟୁୟର୍କରେ ରହୁଥିଲା ବଡି । ଗତ ଜୁଲାଇ ୧୧ ତାରିଖରେ ରକ୍ତ ବାନ୍ତି ଓ ପରିଶ୍ରାରେ ରକ୍ତ ପଡ଼ିବାରୁ ତାକୁ ହସ୍ପିଟାଲ ନିଆଯାଇଥିଲା । ତେବେ କରୋନାରେ ସଂକ୍ରମିତ ହୋଇ ତାର ମୃତ୍ୟୁ ହୋଇଛି ନା ଆଉ କେଉଁ କାରଣରୁ ତାହା ଅସ୍ପଷ୍ଟ ରହିଛି । କୁକୁର ଦେହରେ କରୋନା ଭୂତାଣୁ ଥିବା ନେଇ କେହି ସ୍ପଷ୍ଟ କରି ନାହାନ୍ତି ।

Comments are closed.