Latest Odisha News

BREAKING NEWS

ଅନୁଗୁଳରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ !

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ କରୋନା ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି । ତାଙ୍କର କରୋନା ଯୋଗୁଁ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡିପାରିନାହିଁ । ଏଥି ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି ।

ସୂଚନା ଅନୁଯାୟୀ, ବଅଁରପାଳ ଅଞ୍ଚଳର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକ ସ୍ଥାନାନ୍ତର ପୂର୍ବରୁ ତାଙ୍କର କରୋନା ଅଛି ନା ନାହିଁ ଜାଣିବା ପାଇଁ ଆଣ୍ଟିଜେନ ଟେଷ୍ଟ କରା ଯାଇଥିଲା । ଏହି ଆଣ୍ଟିଜେନ ଟେଷ୍ଟରେ ତାଙ୍କର କରୋନା ପୋଜିଟିଭ ଥିବା କଥା ସ୍ପଷ୍ଟ ହୋଇଥିଲା ବୋଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ତେବେ ସେତେବେଳେକୁ ଏହି ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିଲା ।

ତେବେ ସମ୍ପୃକ୍ତ ରୋଗୀଙ୍କର କରୋନାରେ କିମ୍ବା ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିପାରିବ ।

Leave A Reply

Your email address will not be published.