ଅଗଷ୍ଟରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ: ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ପରୀକ୍ଷା ହେଉଛି । ଆଗକୁ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଂଟିଜେନ୍ ଟ୍ରୁନଟ୍ ଟେଷ୍ଟ ହେବ । ରାଜ୍ୟରେ ବର୍ତ୍ତମାନ ଆଂଟିଜେନ୍ କିଟ୍ର ଅଭାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଏବେ ବହୁତ କମ୍ପାନୀ କିଟ୍ ତିଆରି କରୁଛନ୍ତି ତେଣୁ ଆଗକୁ କିଟର ଦାମ ୪୫୦ ଟଙ୍କାରୁ କମ୍ ହେବା ସମ୍ଭାବନା ରହିଛି ।
ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଜିଲ୍ଲାପାଳ ଏବଂ ବିଭିନ୍ନ ନମୁନା ପରୀକ୍ଷଣ ସଂସ୍ଥାର ମୁଖ୍ୟ ଉପସ୍ଥିତ ଥିଲେ । ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି । ଏଭଳି ଟ୍ରେଣ୍ଡ ଜାରି ରହିଲେ ଅଗଷ୍ଟରେ ସଂକ୍ରମଣ ସଂଖ୍ୟା କମିବ । ତେବେ ରାଜ୍ୟରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
Comments are closed.