Latest Odisha News

BREAKING NEWS

ଆଜିଠୁ ନବରଙ୍ଗପୁରରେ ଝୁଲିଲା ତାଲା

ନବରଙ୍ଗପୁର: ରାଜ୍ୟରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଗୁଡିକ ନିଜ ନିଜ ଅଞ୍ଚଳରେ କଟକଣା କଡାକଡି କରୁଛନ୍ତି। ତେବେ ଏହି କ୍ରମରେ ଯୋଡି ହୋଇଛି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ।

ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଶନିବାର ସକାଳ ୫ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ହୋଇଛି ସ ଟଡାଉନ୍ କଟକଣା । ଶୁକ୍ରବାର ଦିନ  ଜିଲ୍ଲାରେ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘୋଷଣା କରିଛନ୍ତି ।

ଏହାସହ ନବରଙ୍ଗପୁର ଜିଲ୍ଲାର ୫ଟି ବ୍ଲକ କୋଷାଗୁମୁଡା, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଅନ୍ୟପଟେ ନବରଙ୍ଗପୁର ପୌରପାଳିକାର ୫ଟି ଓ ଉମରକୋଟ ମ୍ୟୁନିସିପାଲିଟିର ୨ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉମରକୋଟ ସହରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୧ ତାରିଖରୁ ଆସନ୍ତା ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.