Latest Odisha News

କର୍ଣ୍ଣାଟକର ମନ୍ତ୍ରୀ ବି. ସି. ପାଟିଲଙ୍କୁ କରୋନା

ବେଙ୍ଗାଳୁରୁ: କର୍ଣ୍ଣାଟକରେ ମନ୍ତ୍ରୀ ବି. ସି. ପାଟିଲ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ଏହି ସୂଚନା ଦେଇଛନ୍ତି ବି. ସି. ପାଟିଲ ।

ଟ୍ୱିଟ୍ କରି ସେ ଲେଖିଛନ୍ତି, କୋଭିଡ୍ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ବେଙ୍ଗାଳୁରୁ ସ୍ଥିତ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି । ନିକଟରେ ସେ କୋପ୍ପଲ ଜିଲ୍ଲା ଗସ୍ତରେ ଯାଇଥିଲେ । ତାଙ୍କ ସହ ସାଙ୍ଗରେ ଥିବା ୫ ସଦସ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ କର୍ଣ୍ଣାଟକରେ ୧ ଲକ୍ଷ ୨୪ ହଜାର ୧୧୫ କରୋନା କେସ୍ ରହିଥିବା ବେଳେ ୨ ହଜାର ୧୩୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.