Latest Odisha News

BREAKING NEWS

ଆସନ୍ତୁ ଜାଣିବା ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଲତା ମଙ୍ଗେସର, ମଦନ ମୋହନଙ୍କ ସମ୍ପର୍କ ବିଷୟରେ

ମୁମ୍ବାଇ: ଆଜି ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀ ସମ୍ପର୍କର ଦିନ । ଆସନ୍ତୁ ଜାଣିବା ଏହି ଅବସରରେ ଲତା ମଙ୍ଗେସର ଏବଂ ମଦନ ମୋହନଙ୍କ ସମ୍ପର୍କ ବିଷୟରେ । ସଙ୍ଗୀତଜ୍ଞ ମଦନ ମୋହଲ ଗାୟିକା ଲତାଙ୍କ ନିଜ ଭାଇ ନୁହନ୍ତି । ତଥାପି ସେ ଶେଷ ପର୍ଯ୍ୟନ୍ତ ଭାଇର କର୍ତବ୍ୟ ତୁଲାଇଛନ୍ତ । ଲତା ତାଙ୍କୁ ରାକ୍ଷୀ ବାନ୍ଧିବା ପରେ ସେ ମନ ଦୁଃଖ କରିଥିଲେ, ଲତା ଏହାର କାରଣ ପଚାରିବାରୁ ସେ କହିଥିଲେ, ମୋର ପ୍ରଥମ ଫିଲ୍ମରେ ତୁମର କୌଣସି ଗୀତ ରହିବ ନାହିଁ ।

କିଛି ସମୟ ଚିନ୍ତା କରିବା ପରେ ସେ କହିଥିଲେ, ତୁମର ମନେ ଅଛି ଆମେ ପ୍ରଥମ ଗୀତ ଭାଇ, ଭଉଣୀ ଭାବେ ଗାଇଥିଲେ । ଆଜିଠାରୁ ମୋର ପ୍ରତ୍ୟେକ ଫିଲ୍ମରେ ତୁମେ ଗୀତ ଗାଇବ । ଶେଷ ଯାଏ ସେ ତାଙ୍କ କଥା ରଖିଥିଲେ । ଏପରି କି ତାଙ୍କ ମୃତ୍ୟୁ ପରେ ୨୦୦୪ ବୀରଜାରା ଫିଲ୍ମରେ ଲତା ଗୀତ ଗାଇଥିଲେ । ଏହାର କାରଣ ମଦନ ମୋହନଙ୍କ କେତେକ କମ୍ପୋଜ ଗୀତ ଏହି ଫିଲ୍ମରେ ବ୍ୟବହାର ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଲତା ଏବଂ ମଦନମୋହନଙ୍କ ସମ୍ପର୍କକୁ ସମସ୍ତେ ସମ୍ମାନ ଦେଇଥାନ୍ତି ।

Comments are closed.