Latest Odisha News

BREAKING NEWS

କିମସ୍‌ରେ ଯୋଗଦେଲେ ଡାକ୍ତର ବିଧୁକଲ୍ୟାଣ ମହାନ୍ତି ଓ ଡାକ୍ତର ହେମନ୍ତ କୁମାର କର

ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର କର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ମେଡିକାଲ୍‍ ସାଇନସେସ୍ (କିମସ୍‌)ରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତି କିମ୍ସସ କ୍ୟାନ୍ସଗର ସେଣ୍ଟରର ନିର୍ଦ୍ଦେଶକ ତଥା ରେଡିଏସନ୍‍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଭାବେ ଯୋଗଦେଇଥିବା ବେଳେ ଡାକ୍ତର କର ଚର୍ମରୋଗ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ ଯୋଗ ଦେଇଛନ୍ତି ।

କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଡାକ୍ତର ମହାନ୍ତିଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ସେ କିମସ୍‌ରେ ଯୋଗଦେବା ପୂର୍ବରୁ ବେଙ୍ଗୁଳୁରୁ ସ୍ଥିତ କିଡ୍ୱାକଇ ମେମୋରିଆଲ୍‍ ଇନଷ୍ଟିଚ୍ୟୁଟ୍ ଅଫ୍‍ ଅଙ୍କୋଲୋଜିରେ ରେଡିଏସନ୍‍ ଅଙ୍କୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସର ରେଡିଏସନ୍‍ ଅଙ୍କୋଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ମସ୍କାଲଟ୍‍ ରୟାଲ୍‍ ହସ୍ପି୍ଟାଲ୍‍ ନ୍ୟାସ୍  ଅଙ୍କୋଲୋଜିରେ ପ୍ରଥମ କରି ରେଡିଓଥେରାପି ବିଭାଗ ଖୋଲିଥିଲେ । ସେ ଗୁରଗାଁଓସ୍ଥିତ ଫଟିସ୍‍ ହସ୍ପିସଟାଲ୍‍ ରେଡ଼ିଏସନ୍‍ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଥିଲେ ।

ସେହିପରି ଡାକ୍ତର ହେମନ୍ତ କୁମାର କରଙ୍କର ବିଭିନ୍ନ ଜାତୀୟସ୍ତରର ବେଶ୍ ଅଭିଜ୍ଞତା ରହିଛି । ସେ ରାୟପୁରସ୍ଥିତ ଆଞ୍ଚଳିକ କୁଷ୍ଠରୋଗ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ, ନୂଆଦିଲ୍ଲୀସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲ୍‍, ଏମ୍ଏସ୍‍ ମେଡିକାଲ୍‍ ସେଣ୍ଟର, ନ୍ୟାସ୍ନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ଇମ୍ୟୁନୋଲୋଜିରେ ପୂର୍ବରୁ କାର୍ଯ୍ୟ କରିଛନ୍ତି ।

ଉଭୟ ବିଶେଷଜ୍ଞଙ୍କୁ ସ୍ୱାଗତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ‘କିମସ୍‌ରେ ଏହି ଦୁଇ ବିଶିଷ୍ଟ ଡାକ୍ତରଙ୍କ ଯୋଗଦାନ ଫଳରେ ଓଡ଼ିଶାର ଲୋକମାନେ ବିଶେଷ ଉପକୃତ ହୋଇପାରିବେ ।’

Leave A Reply

Your email address will not be published.