Latest Odisha News

BREAKING NEWS

୯ରେ ଆଉ ଏକ ଲଘୁଚାପ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଣି । ଯଦି କେଉଁଠି ବର୍ଷା ଜନିତ ସମସ୍ୟା ଉପୁଜିଲା ତେବେ ତ୍ୱରିତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ଦୁଇ ଥର ଚିଠି କରିସାରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଗତ ଦୁଇରୁ ତିନି ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇଛି । ରାଜ୍ୟର ୧୯୬ଟି ବ୍ଳକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଏହି ବର୍ଷା ଚାଷ ପାଇଁ ସହାୟକ ହେବ । ଗଜପତି, ନୂଆପଡା ଓ ରାୟଗଡାରେ କମ୍ ବର୍ଷା ହୋଇଛି ତେବେ ଆଗକୁ ବର୍ଷା ଅଭାବ ଆଶଙ୍କା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.