Latest Odisha News

BREAKING NEWS

କୋଭିଡ ଗାଇଡ଼ଲାଇନ ସହ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ସବୁଠି କରୋନାର କରାଳ ଛାୟା। ଉଭୟ ଦେଶରେ ଓ ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବଢି ବଢି ଚାଲିଛି । ଏହାରି ମଧ୍ୟରର ଆଗକୁ ଆସୁଛି ସ୍ୱାଧୀନତା ଦିବସ ।

ଚଳିତ ଥର କୋଭିଡ ଗାଇଡ଼ଲାଇନ ସହ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।ଗାଇଡ଼ଲାଇନ ମାନି ସାମାଜିକ ଦୂରତା ରଖି କିଭଳି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ତାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଚଳିତ ଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ପ୍ରକାଶ ।

ସାମାଜିକ ଦୂରତା ନିୟମକୁ କଡାକଡି ପାଳନ ହେବା ସହ ମଞ୍ଚ ଉପରେ କେବଳ ୩ ଜଣ ଉପସ୍ଥିତ ରହି ପାରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ଜାତୀୟ ପତାକା ଉତ୍ତୋଳନ ପରେ ଏହାକୁ ବାନ୍ଧିବା ପାଇଁ ଜଣେ ବ୍ୟକ୍ତି ଉପସ୍ଥିତ ରହିବେ ।

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ପୋଲିସ କର୍ମଚାରୀ ମାନଙ୍କର ଯତ୍ନ ନେ ଏକ ୪ ଜଣିଆ ଡାକ୍ତରୀ ଦଳ । ଏହି ସମସ୍ତ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଉଛି ।

Leave A Reply

Your email address will not be published.